← Back to Healthy Food
Healthy Food
ଅଟା ଚକଟି ଅଧିକ ଦିନ ଯାଏଁ ଫ୍ରିଜରେ ରଖନ୍ତୁ ନାହିଁ !
Posted on 12 January, 2026
ଭୁବନେଶ୍ୱର :ଫ୍ରିଜରେ ଆପଣ ଅଟା ଚକଟା ରଖିଦେଉଛନ୍ତି କି? ୫ ଦିନ ଯାଏଁ ଏହି ଅଟା ଚକଟା ବ୍ୟବହାର କରୁଛନ୍ତି କି?
ହୋଇଯାଆନ୍ତୁ ସାବଧାନ! ଏମିତି କରୁଥିଲେ ରୋଗକୁ ଆପଣ ନିମନ୍ତ୍ରଣ କରୁଛନ୍ତି |ଦର୍ଶକବନ୍ଧୁ କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ପ୍ରତିଦିନ କେତେ ଅଟା ଚକଟିବେ ଭାବି ଏକାସଙ୍ଗେ ଅଟା ଚକଟି ଫ୍ରିଜରେ ରଖିଦେଉଛନ୍ତି କି? ତେବେ ଜାଣିରଖନ୍ତୁ ଏହା ଆପଣଙ୍କ ଦେହ ପାଇଁ କ୍ଷତିକାରକ ହୋଇପାରେ | ଯେତେବେଳେ ଆପଣ ଅଟାଚକଟା ବା ରୁଟି ଗୁଡ଼ିକୁ ଫ୍ରିଜରେ ରଖନ୍ତି ଆର୍ଦ୍ରତା ପାଇଁ ବ୍ୟାକ୍ଟେରିଆ ଏବଂ ଫଙ୍ଗସ୍ ବୃଦ୍ଧି ହୁଅନ୍ତି | ବିଶେଷକରି ଯଦି ରୁଟି ଗୁଡ଼ିକୁ କିଛି ଦିନ ପାଇଁ ରଖୁଛନ୍ତି ତେବେ ସାଲମୋନେଲା ଏବଂ ଇ.କୋଲାଇ ଭଳି ବ୍ୟାକ୍ଟେରିଆ ବିକଶିତ ହୋଇପାରେ। ଏଗୁଡ଼ିକ ପେଟ ଯନ୍ତ୍ରଣା, ବାନ୍ତି, ଡାଇରିଆ ଏବଂ ଖାଦ୍ୟ ବିଷାକ୍ତତା ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।ବିଶେଷଜ୍ଞଙ୍କ ମତରେ, ରୁଟିକୁ ଫ୍ରିଜରେ ସର୍ବାଧିକ ଦିନେ ବା ଦୁଇଦିନ ରଖିପାରିବେ | ତାହାଠାରୁ ଅଧିକ ଦିନ ନୁହେଁ | ଫ୍ରିଜରେ ଅଟାଚକଟା ବି ବେଶିଦିନ ରଖନ୍ତୁ ନାହିଁ | ସେହିପରି ଫ୍ରିଜରୁ ବାହାର କରାଯାଇଥିବା ରୁଟିଗୁଡ଼ିକୁ ବାରମ୍ବାର ଗରମ କରିବା ମଧ୍ୟ କ୍ଷତିକାରକ। ପୁଣି ଗରମ କରିବା ଦ୍ଵାରା ବ୍ୟାକ୍ଟେରିଆ ଦ୍ରୁତ ଗତିରେ ବୃଦ୍ଧି ପାଇପାରେ ଏବଂ ପେଟ ସଂକ୍ରମଣର ଆଶଙ୍କା ବୃଦ୍ଧି ପାଏ। ତେଣୁ ଫ୍ରିଜରେ ବହୁତ ଦିନ ଯାଏଁ ଅଟା ଚକଟା ବା ରୁଟି ତିଆରି କରି ରଖନ୍ତୁ ନାହିଁ | ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ବିଗାଡିଦେଇପାରେ |